Donate Now
.
Home
who we are
What We Do
Resources
Commentary
how we do it
Awards
2021 Awardees
Rural Internship
First Cohort
Second Cohort
Samvidhan Se Hum
Climate Report
FLIP
Work With Us
ସ୍ୱାଧୀନ ସାମ୍ବାଦିକମାନଙ୍କ ପାଇଁ ଫେଲୋସିପ୍।
ସାଧାରଣତଃ ପଚରାଯାଉଥିବା ପ୍ରଶ୍ନ
କୋଉମାନେ ଆବେଦନ କରିପାରିବେ?
କୌଣସି ମିଡିଆ ସଂସ୍ଥା ସହିତ ପୂର୍ଣ୍ଣକାଳୀନ ଭିତ୍ତିରେ ନିୟୋଜିତ ହୋଇନଥିବା ସ୍ୱାଧୀନ ସାମ୍ବାଦିକ ମାନେ ଆବେଦନ କରିପାରିବେ।
ଏହି କାର୍ଯ୍ୟକ୍ରମ ପାଇଁ ଜଣେ ସ୍ୱାଧୀନ ସାମ୍ବାଦିକର ସଂଜ୍ଞା କ’ଣ? (ବା କାହାକୁ ଆମେ ଜଣେ ସ୍ବାଧୀନ ସାମ୍ବାଦିକ କହିପାରିବା?)
‘ସ୍ୱାଧୀନ ସାମ୍ବାଦିକ’ର ପରିଭାଷା ନିମ୍ନମତେ ଅଟେ:-
ଆପଣ ଜଣେ ‘କାର୍ଯ୍ୟରତ ସାମ୍ବାଦିକ’, ଯାହାଙ୍କ ପ୍ରାଥମିକ ବୃତ୍ତି ଏବଂ ଜୀବିକାର ଉତ୍ସ ହେଉଛି ସାମ୍ବାଦିକତା। କିନ୍ତୁ ଆପଣ କୌଣସି ସଂସ୍ଥାର ବେତନ ପ୍ରାପ୍ତ କର୍ମଚାରୀ ଭାବରେ ପୂର୍ଣ୍ଣକାଳୀନ ଭିତ୍ତିରେ ନିଯୁକ୍ତ ନୁହନ୍ତି।
କିମ୍ବା,
ଆପଣ ଏକ ସାମ୍ବାଦିକତା ମହାବିଦ୍ୟାଳୟର ଉତ୍ତୀର୍ଣ୍ଣ ହୋଇଥିବେ, ଅଥଚ କୌଣସି ମିଡିଆ ସଂସ୍ଥା କିମ୍ବା ଅନ୍ୟ କୌଣସି ସଂସ୍ଥା ଦ୍ୱାରା ପୂର୍ଣ୍ଣକାଳୀନ ଭାବରେ ଚାକିରୀ କରୁନଥିବେ।
କେଉଁ ପ୍ରକାରର କାହାଣୀ ଆମ ଅନୁଦାନ ପାଇଁ ଯୋଗ୍ୟତା ହାସଲ କରିପାରିବ?
ଏହି ପର୍ଯ୍ୟାୟରେ ମୁଦ୍ରିତ ଏବଂ ଡିଜିଟାଲ୍ ଫର୍ମାଟରେ କାହାଣୀଗୁଡ଼ିକ ପ୍ରକାଶ କରିବା ପାଇଁ ଆମେ ନିମ୍ନମତେ ଆବେଦନଗୁଡ଼ିକ ଆମନ୍ତ୍ରଣ କରୁଛୁ:-
-ଉପଯୁକ୍ତ ଅନୁସନ୍ଧାନ ବଳରେ ବିଷୟବସ୍ତୁର ଗଭୀରତା ଭିତରକୁ ପ୍ରବେଶ ସହ କାହାଣୀଟି ପ୍ରମାଣ ଆଧାରିତ ହୋଇଥିବା ଆବଶ୍ୟକ। କାହାଣୀଟି ଏକ ବ୍ରେକିଂ ନ୍ୟୁଜ୍ କିମ୍ବା ଏକ ସମ୍ବାଦ ବିଶ୍ଳେଷଣ ଖବର କିମ୍ବା ଏକ ଫିଚର ସମ୍ବାଦ ହେବା ଆବଶ୍ୟକ। ରିପୋର୍ଟିଂ ହେଉଥିବା ପ୍ରସଙ୍ଗଟି କୌଣସି ନିର୍ଦ୍ଦିଷ୍ଟ ଭୌଗଳିକ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ। କାହାଣୀଟି କେବଳ ଏକ ଘଟଣା କିମ୍ବା କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହୁ; ବରଂ ଆମ ସମାଜ, ଶାସନ ବ୍ୟବସ୍ଥା ଓ ଆର୍ଥିକ-ରାଜନୈତିକ ଧାରା ପରିପ୍ରେକ୍ଷୀରେ ସେଇ କାହାଣୀଟିକୁ ଆମେ ଉପଯୋଗ କରାଇପାରୁଥିବା ଦରକାର।
କାହାଣୀଗୁଡ଼ିକ ଏଠାରେ ଉଲ୍ଲିଖିତ ବିଷୟବସ୍ତୁ ଗୁଡ଼ିକ ମଧ୍ୟରୁ ଯେ କୋୖଣସି ଗୋଟିକ ଉପରେ କିମ୍ବା ସେହି ବିଷୟବସ୍ତୁର ଗୁଡିକର ଯେ କୋୖଣସି ସୂକ୍ଷ୍ମ ଦିଗ ଉପରେ ପର୍ଯ୍ୟବେଶିତ ହୋଇପାରେ। ଏହା କେବଳ ଏକ ସୂଚକ ତାଲିକା, ସଂପୂର୍ଣ୍ଣ ତାଲିକା ନୁହେଁ।
୧. କୋଭିଡ -୧୯ ମହାମାରୀ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟକୁ ନେଇ ପରିବର୍ତ୍ତିତ ଆହ୍ୱାନ।
୨. ସାଧାରଣ ସମ୍ପଦ ଓ ସେଗୁଡ଼ିକର ହରିଲୁଟ୍ ତଥା ପରିଚାଳନାଗତ ବିଭ୍ରାଟ ଓ ଦୁର୍ନୀତି। ପ୍ରାକୃତିକ ସମ୍ପଦକୁ ନେଇ ଲାଗିରହିଥିବା ବିବାଦ ଓ ସଂଘର୍ଷ।
୩. ସମାଜର ସବୁଠୁ ଦୁର୍ବଳ, ଦୁସ୍ଥ ତଥା ଅସୁରକ୍ଷିତ ଲୋକଙ୍କ ଜୀବନ କାହାଣୀ।
୪. କୁଶାସନ ଅଥବା ଉତ୍ତମ ଶାସନ।
୫. ଲୋକମାନଙ୍କର ଜୀବିକା ଏବଂ ଅଧିକାର।
୬. ଅତ୍ୟାବଶ୍ୟକୀୟ ସେବା ଏବଂ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କିତ କାର୍ଯ୍ୟର ଅନୁଧ୍ୟାନ।
୭. ସମାଜ, ଅଧିକାର ଏବଂ ସମ୍ପଦକୁ ପ୍ରଭାବିତ କରୁଥିବା ବ୍ୟବସାୟ ଏବଂ ଅର୍ଥେନୖତିକ ଧାରା।
୮. ସାମାଜିକ ସହଯୋଗ ଏବଂ ଉଦ୍ଭାବନକୁ ନେଇ ନୂତନ ଆହ୍ୱାନ।
୯. ନାଗରିକମାନଙ୍କର ସାଧାରଣ ଓ ମୌଳିକ ଅଧିକାର।
୧୦. ଆମ ସମାଜ କିଭଳି ବଦଳୁଛି ସେହି ଧାରାର ପ୍ରାମାଣିକ ତଥ୍ୟ।
ରିପୋର୍ଟିଂ ପାଇଁ ଫେଲୋସିପ୍ କେତେ ସମୟ ପ୍ରଦାନ କରେ?
ଅନୁଦାନ ପ୍ରାପ୍ତ ହେବା ଠାରୁ ଆପଣ ଏକ ମାସ (୩୦ ଦିନ) ମଧ୍ୟରେ ସଂପୂର୍ଣ୍ଣ କାହାଣୀ ଦାଖଲ କରିବା ଆଶା କରାଯାଏ।
କାହାଣୀଟି କେତେ ଲମ୍ବା ହେବ; ଏହାର ଅନ୍ୟ ସବୁ ଆବଶ୍ୟକୀୟ ଉପାଦାନଗୁଡ଼ିକ କଣ?
କାହାଣୀଟି ୧୦୦୦-୧୫୦୦ ଶବ୍ଦ ମଧ୍ୟରେ ରହିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଭିଡିଓ ଓ ଅଡିଓ ରେକର୍ଡ କରିବାକୁ ଏବଂ ଫଟୋଗ୍ରାଫ୍ ଉଠାଇବାକୁ ସଂପୃକ୍ତ ବନ୍ଧୁମାନଙ୍କୁ ଉତ୍ସାହିତ କରୁଛୁ। କାହାଣୀର ପ୍ରକାଶନ ବେଳେ ଓ ଅନ୍ୟ ଭିନ୍ନ ମଲ୍ଟିମିଡିଆ ଫର୍ମାଟଗୁଡ଼ିକରେ କାହାଣୀଗୁଡ଼ିକର ପୁନଃପ୍ରକାଶନ ସମୟରେ ଏଗୁଡ଼ିକୁ ବ୍ୟବହାର କରାଯିବ।
ଆପଣଙ୍କ କଥା ଆମକୁ ପଠାଇବା ପୂର୍ବରୁ:
୧. କୋୖଣସି ଅସମ୍ପୂର୍ଣ୍ଣ/ଅର୍ଦ୍ଧସ୍ଥିରୀକୃତ ବିଷୟ ଯେ ଆପଣ ଆମକୁ ଦେଉନାହାନ୍ତି ସେ ନେଇ ଆଗ ନିଶ୍ଚିତ ହୁଅନ୍ତୁ।
୨. ଏହାକୁ ଉନ୍ନତ କରିବା ପାଇଁ କିଛି ପୃଷ୍ଠଭୂମି ଅନୁଧ୍ୟାନ, ପ୍ରାଥମିକ ରିପୋର୍ଟିଂ ଭଳି କିଛି ଆନୁଷଙ୍ଗିକ କାର୍ଯ୍ୟ କରନ୍ତୁ। ଷ୍ଟୋରିଟିକୁ ଭଲ କରିବା ପାଇଁ ପ୍ରାରମ୍ଭିକ ସ୍ତରରେ ଗବେଷଣା ଲୋଡ଼ା।
୩. ଏହି କାହାଣୀର ରିପୋର୍ଟ ପୂର୍ବରୁ ପ୍ରକାଶିତ ହୋଇନଥିବା ଆବଶ୍ୟକ। ଯଦି କୋୖଣସି ପୂର୍ବ ପ୍ରକାଶିତ ପ୍ରସଙ୍ଗ କିମ୍ବା ପ୍ରକରଣକୁ ନେଇ ଏହି କାହାଣୀର ରିପୋର୍ଟିଂ କରାଯାଏ, ଏ ନେଇ ନୂତନ ତଥ୍ୟ ଓ ସର୍ବଶେଷ ବିବରଣୀ ରହିବା ଆବଶ୍ୟକ।
୪. କାହାଣୀରେ ନିଜ ସୃଷ୍ଟ ଅବତାରଣା ସପକ୍ଷରେ ଆବଶ୍ୟକ ସ୍ଥଳେ ପ୍ରମାଣଯୋଗ୍ୟ ତଥ୍ୟ ଉପସ୍ଥାପନ ପାଇଁ ଆପଣ ଦୃଢ଼ ନିଶ୍ଚିତ ରହିବା ଦରକାର।
ଆବେଦନ ଫର୍ମ ପୂରଣ କରିବା ପୂର୍ବରୁ କ’ଣସବୁ ପ୍ରସ୍ତୁତ ରଖିବାକୁ ହେବ:-
(ବର୍ତମାନ ରାଉଣ୍ଡରେ ଆବେଦନ କରିବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ ପ୍ରସ୍ତୁତି କରିବାକୁ ହେବ)
୧. ୪୦୦ ଶବ୍ଦ ମଧ୍ୟରେ ଓଡ଼ିଆରେ କାହାଣୀର ପୃଷ୍ଠଭୂମି ଲେଖିବେ।
୨. ଆପଣଙ୍କର ସିଭି ‘ୱାର୍ଡ କିମ୍ବା pdf ଫର୍ମାଟ’ରେ ଇଂରାଜୀରେ ରହିବା ଆବଶ୍ୟକ ।
୩. ଏ ଯାଏ ଆପଣଙ୍କର ପ୍ରକାଶିତ/ଅପ୍ରକାଶିତ ତଥା ସର୍ବନିମ୍ନ ୪୦୦ ଶବ୍ଦର ଏକ ଶ୍ରେଷ୍ଠ ଅସମ୍ପାଦିତ ‘ୱାର୍ଡ କିମ୍ବା ପିଡିଏଫ୍ ଫର୍ମାଟ’ ଆଲେଖ୍ୟ ପଠାଇବେ।
ଆପଣଙ୍କର ପ୍ରସ୍ତାବିତ ବିଚାରକୁ ତଗଡ଼ା କରିବାକୁ, ନିମ୍ନଲିଖିତ ଉପାଦାନ ଗୁଡ଼ିକୁ ବିଚାର କରନ୍ତୁ:-
୧. ଯେଉଁ ଉଦୀୟମାନ ପ୍ରସଙ୍ଗରେ ଆପଣ ରିପୋର୍ଟିଂ କରିବାକୁ ଚାହାନ୍ତି, ସେ ସମ୍ପର୍କିତ ସର୍ବଶେଷ ଘଟଣାପ୍ରବାହ।
୨. ଏହି ପ୍ରସଙ୍ଗରେ ଘଟିଥିବା କିମ୍ବା ଘଟୁଥିବା ଘଟଣାପ୍ରବାହକୁ ବ୍ୟାଖ୍ୟା କରନ୍ତୁ (ସଠିକ୍ ପ୍ରସଙ୍ଗ ସହିତ ଉପସ୍ଥାପିତ ହେଲେ ପ୍ରସ୍ତାବିତ ବିଚାରଗୁଡ଼ିକୁ ସମୀକ୍ଷା କରିବା ସମ୍ପାଦକମାନଙ୍କ ପାଇଁ ସହଜ ହୁଏ)।
୩. ଏହି ନ୍ୟୁଜ୍ର ପାଠକମାନଙ୍କ ଦୃଷ୍ଟିରୁ ଉକ୍ତ ପ୍ରସଙ୍ଗ ସମ୍ପର୍କିତ ସବିଶେଷ/ସର୍ବଶେଷ ଘଟଣାପ୍ରବାହର ରିପୋର୍ଟ କାହିଁକି ଗୁରୁତ୍ବପୂର୍ଣ୍ଣ ତାହା ବୁଝାଇଦିଅନ୍ତୁ।
୪. ଯେଉଁ ପ୍ରମାଣ, ତଥ୍ୟ କିମ୍ବା ରିପୋର୍ଟିଂ ଆପଣ ପୂର୍ବରୁ ଗଚ୍ଛିତ ରଖିସାରିଛନ୍ତି କିମ୍ବା ଆପଣଙ୍କୁ ଏହି ଫେଲୋସିପ୍ ପାଇଁ ଅନୁମତି ମିଳିଲେ ଆଉ କ’ଣ ଅଧିକ ସଂଗ୍ରହ କରିବେ ସେ ବିଷୟରେ ଆମକୁ ଜଣାନ୍ତୁ।
ପୂର୍ବରୁ ଏକ ଏନ.ଏଫ.ଆଇ. ଫେଲୋସିପ୍ ପାଇସାରିଥିବା ସାମ୍ବାଦିକ ବର୍ତ୍ତମାନର ଫେଲୋସିପ୍ ପାଇଁ ନୂଆକରି ଆବେଦନ କରିପାରିବେ କି?
ହଁ, ପୂର୍ବତନ ଏନଏଫଆଇ ସାଥୀମାନେ ସାମ୍ପ୍ରତିକ ଫେଲୋସିପ୍ ପାଇଁ ଆବେଦନ କରିପାରିବେ। କିନ୍ତୁ ଜୁରୀ ନୂଆ ଆବେଦନକାରୀଙ୍କୁ ଅଗ୍ରାଧିକାର ଦେବେ।
ଆବେଦନ ପାଇଁ ଏଇଠି କ୍ଲିକ କରନ୍ତୁ